Maa to Bina(ମା ତୋ ବିନା)-Latest Odia Song Lyrics

Song Lyrics

Song –Maa to Bina

Lyrics –Gurudatta behera

Singer -Humane Sagar

Lyrics

ମା ତୋ ବିନା

ଗପ କହି କହି ଲକ୍ଷେ ଜହ୍ନ କୁ
ଆଣି ମୋ ହାତେ ଧରେଇ ଦେଉ
କାହାର ନଜର ଲାଗିବା ଆଗରୁ
ତୁ ମୋତେ ଘୋଡେଇ ଦଉ
କଲା କାଁହୁ ମୁ ତୋର
ତୁ ଯଶୋଦା ପରି ମା ମୋର
ତୋ ଗର୍ଭରୁ କାଢି ମୋତେ
ଆଣି ଦେଖେଇଲୁ ରେ ସଂସାର
ତୋ ହାତ ମୋ ମଥା ରେ ରହିଥିଲେ
ପାଦ ଧୂଳି ତୋର ନାଉଥିଲେ
ମୁଁ କିଛି ଖୋଜିବିନି
ମା ତୋ ବିନା ମୁଁ ରହିପାରିବିନି
ସିଂହାସନ ରେ ବସିବାକୁ କରେ ଯେ ଲୋଭ
ସିଏ ମା କୋଳ ରେ ବସିବାରେ ଜାଣିନି ଲାଭ
ନ ମିଳୁ ପଛେ ମୋ ଭାଗ୍ୟ ରେ ଟିକିଏ ଶୁଭ
ମୋ ପାଖରେ ଥିଲେ ମା ଲୋ ମୋର ହଜାରେ ଲାଭ
ତୋ ପଣତେ ଅଛି ମୋର
ବୋଧେ ଝୁଲଣର ନିଦ ଘର
ସେ ପଣତେ ସୋଇ ଗଲେ
ଦୁଃଖ ଲାଗେ ସୁଖ ପରି ମୋର
କଥା ସବୁ ତୋର ମିଠା ମିଠା
ମିଠା ମିଠା ପୁଣି ଅଟେ ମିଠା
ମୁଁ କହି ପାରିବିନି
ମା ତୋ ବିନା ମୁଁ ରହି ପାରିବିନି
ତୋ ଆଖି ତାର ଆଜି ତୋତେ ଝୁରୁଛି ପରା
ମା ଆଲୋ ଫେରି ତୋ ହାତ ଧରି ଚଳିବି ପରା
ଖରା ବାଜିଲେ ଦେଉଥିଲୁ ମୋତେ ତୁ ଛାଇ
ମୋତେ ମଣିଷ କରି ଗଲୁ ତୁ ଫେରି
କହ ଲୋ କାହିଁ
ଶୁଣି ଥିଲି ଗଛ ଥିଲେ
ଦଳ ଆପେ ହବ କଅଁଳି
ଏ ପୃଥିବୀ ଚାହେଁ ନାହିଁ
ମୋତେ ଲୋଡ଼ା ଖାଲି ମୋ ମା
ପାଉଁଶ ତଳୁ ଉଠି ଆ ରେ ଫେରି
ଧନ ଧନ ମୋତେ କହ ରେ ଥରେ
ମୁଁ ଜମା କାନ୍ଦିବିନି
ମା ତୋ ବିନା ମୁଁ ରହିପାରିବିନି

More Song Coming Soon!

error: Content is protected !!